• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ

ରାୟଗଡା ଜିଲ୍ଲାରେ ଶ୍ରମିକ ନିୟମାବଳୀର କାର୍ଯ୍ୟ।ନ୍ୱୟନ

ମୁଖ୍ୟ କାର୍ଯ୍ୟ।ବଳୀ

  • ବିଭିନ୍ନ ଶ୍ରମିକ ନିୟମର ଅନୁପାଳନ
  • ଉଦ୍ୟୋଗ ଗୁଡିକରେ ଶାନ୍ତି ଓ ସଂହତି ପ୍ରତିଷ୍ଠା
  • ନିର୍ମାଣ ଓ ଅଣସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକ ମାନଙ୍କ ପାଇଁ ବିଭିନ୍ନ ଉନ୍ନତିମୂଳକ ଓ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ

ରାୟଗଡା ଶ୍ରମିକ ଜିଲ୍ଲାର କାର୍ଯ୍ୟକ୍ଷେତ୍ର ରାୟଗଡା ଜିଲ୍ଲାର କ୍ଷେତ୍ର ସହ ସମାନ। ଏହା ଦୁଇଟି ସବଡିଭିଜନ ଯଥା – ରାୟଗଡା ଓ ଗୁଣୁପୁର, ୧୧ଟି ବ୍ଲକ, ଗୋଟିଏ ନଗରପାଳିକାଓ ଦୁଇଟି  ବିଜ୍ଞାପିତ ଅଞ୍ଚଳକୁ ନେଇ ଗଠିତ। ୨୧.୦୧.୨୦୧୩ ଠାରୁ ଜିଲ୍ଲା ଶ୍ରମ କାର୍ଯ୍ୟ।ଳୟ ର କାର୍ଯ୍ୟଭାର କୁ ବୃଦ୍ଧି କରାଯାଇ ମଣ୍ଡଳ ସ୍ତରୀୟ ଶ୍ରମ କାର୍ଯ୍ୟ।ଳୟ(ସହ ଶ୍ରମିକ କମିଶନର କାର୍ଯ୍ୟ।ଳୟ, ରାୟଗଡା) କରାଯାଇଅଛି।

ଗୃହ ନିର୍ମାଣ ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ଅଧିନିୟମ – ୧୯୯୬ର ଅନୁପାଳନ

ଏହି ଅଧିନିୟମ ସାଧାରଣତଃ ଅଣସଙ୍ଗଠିତ ନିର୍ମାଣ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକ ମାନଙ୍କ ପାଇଁ ଉଦ୍ଦିଷ୍ଟ। ଯଦି ଜଣେ ଶ୍ରମିକ ବିଗତ ୧୨ ମାସ ମଧ୍ୟରେ ୯୦ ଦିନ ପାଇଁ ନିର୍ମାଣ କ୍ଷେତ୍ରରେ କାର୍ଯ୍ୟ କରିଛନ୍ତି, ତେବେ ସେ ପଞ୍ଜୀକରଣ ଅଧିକାରୀଙ୍କ ନିକଟରେ ନିଜର ନାମ ପଞ୍ଜୀକରଣ କରାଇନେବେ। ଫଳରେ ସେ ନିମ୍ନ ଯୋଜନା ଗୁଡିକର ଲାଭ ଉଠାଇପାରିବେ।

  • ସାଇକେଲ ଓ ଅନ୍ୟାନ୍ୟ ନିରାପଦ ପାଇଁ ଆବଶ୍ୟକୀୟ ଉପକରଣ କ୍ରୟ ପାଇଁ ସାହାଯ୍ୟଦୁର୍ଘଟଣା କ୍ଷେତ୍ରରେ ସାହାଯ୍ୟ
  • କାର୍ଯ୍ୟକ୍ଷେତ୍ରରେ ମୃତ୍ୟୁ ବା ସାଧାରଣ ମୃତ୍ୟୁ ଜନିତ ସାହାଯ୍ୟ
  • ୬୦ ବର୍ଷ ବୟସ ପରେ ପେନସନର ସୁବିଧା
  • ପିଲାମାନଙ୍କର ଶିକ୍ଷା ପାଇଁ ସାହାଯ୍ୟ
  • ସ୍ୱାସ୍ଥ୍ୟଗତ ସାହାଯ୍ୟ
  • ମହିଳା ଶ୍ରମିକମାନଙ୍କୁ ସନ୍ତାନ ପ୍ରଜନନ ପାଇଁ ସାହାଯ୍ୟ
  • ବିଭିନ୍ନ ତାଲିମ ପାଇଁ ସାହାଯ୍ୟ
  • ଯନ୍ତ୍ରପାତି କ୍ରୟ ପାଇଁ ସାହାଯ୍ୟ
  • ନିର୍ମାଣ ଶ୍ରମିକ ପକ୍କା ଘର ଯୋଜନା (ଗ୍ରାମୀଣ ଗୃହ ଯୋଜନା)
  • କୌଶଳ ବୃଦ୍ଧି ପାଇଁ ତାଲିମ … ଆଦି ।

ବିଭିନ୍ନ ଶ୍ରମ ନିୟମର ଅନୁପାଳନ –

ଅନ୍ତଃ ରାଜ୍ୟ ସ୍ଥାନାନ୍ତରିତ ଶ୍ରମିକ ଅଧିନିୟମ – ୧୯୭୯

କୃଷି ସମୟ ପରେ  ମୁଖ୍ୟତଃ ଏହି ଜିଲ୍ଲାର ଶ୍ରମିକମାନେ ଅନ୍ୟ ରାଜ୍ୟକୁ ଅଧିକ ରୋଜଗାର ଆଶାରେ ସ୍ଥାନାନ୍ତରିତ ହେଉଛନ୍ତି। ବେନିୟମ ଶ୍ରମିକ ଚାଲାଣ କ୍ଷେତ୍ରରେ ଲିପ୍ତ ସଂଗଠନ ବିରୁଦ୍ଧରେ ନିୟମାନୁସାରେ ଦଣ୍ଡ ବିଧାନ କରାଯାଉଅଛି।

ସର୍ବନିମ୍ନ ମଜୁରି ଅଧିନିୟମ – ୧୯୪୮

ଓଡିଶା ସରକାରଙ୍କ ଶ୍ରମ ବିଭାଗ ସୂଚନାପତ୍ର ସଂଖ୍ୟା ୫୨୫୯ ତା ୨୮.୦୨.୨୦୧୭ ମାଧ୍ୟମରେ ବିଭିନ୍ନ ବିଭାଗୀୟ ଶ୍ରମିକ ମାନଙ୍କର ସର୍ବନିମ୍ନ ମଜୁରି ସ୍ଥିର କରିଛନ୍ତି।

  • ଅଣକୁଶଳୀ : ଟ ୨୧୩.୫୦/ – ଦୈନିକ ଆଠଘଣ୍ଟା କାର୍ଯ୍ୟ ପାଇଁ।
  • ମଧ୍ୟକୁଶଳୀ : ଟ ୨୩୩.୫୦/ – ଦୈନିକ ଆଠଘଣ୍ଟା କାର୍ଯ୍ୟ ପାଇଁ।
  • କୁଶଳୀ : ଟ ୨୫୩.୫୦/ – ଦୈନିକ ଆଠଘଣ୍ଟା କାର୍ଯ୍ୟ ପାଇଁ।
  • ଅତିକୁଶଳୀ : ଟ ୨୭୩.୫୦/ – ଦୈନିକ ଆଠଘଣ୍ଟା କାର୍ଯ୍ୟ ପାଇଁ।

ଏହି ଜିଲ୍ଲାର ଇନିସପେକ୍ଟର ଓ ଅଧିକାରୀମାନେ ବିଭିନ୍ନ ଅନୁଷ୍ଠାନକୁ ନିୟମିତ ପରିଦର୍ଶନ କରି ସର୍ବନିମ୍ନ ମଜୁରି ଅଧିନିୟମର ଅନୁପାଳନକୁ ତଦାରଖ କରୁଛନ୍ତି। ଏତଦବ୍ୟତୀତ ଯଦି କେହି ଏହାକୁ ନେଇ ଅଭିଯୋଗ କରନ୍ତି ତେବେ ତାହାର ତଦାରଖ କରି ବିହିତ ପଦକ୍ଷେପ ଗ୍ରହଣ କରାଯାଏ।

ଉଦ୍ୟୋଗ ବିବାଦ ଅଧିନିୟମ

ବର୍ତମାନ ଜିଲ୍ଲାରେ ତିନୋଟି ମୁଖ୍ୟ ଉଦ୍ୟୋଗ ଅବସ୍ଥିତ।

  • ଜେ. କେ. ପେପର ମିଲ୍ସ, ଜେକେପୁର
  • ଇମ୍ଫା ଲିମିଟେଡ, ଥେରୁବାଲି
  • ଉତ୍କଳ ଆଲୁମିନା ଆନ୍ତର୍ଜାତୀୟ ଲିମିଟେଡ, ଟିକିରି

ସମସ୍ତ ଉଦ୍ୟୋଗରେ ପାରସ୍ପରିକ ସମ୍ପର୍କ ଶାନ୍ତିପୂର୍ଣ୍ଣ ଓ ସାଧାରଣ ଅଟେ।

ଶିଶୁ ଓ କୈଶୋର ଶ୍ରମିକ

କାର୍ଯ୍ୟ।ବଳୀ

  • ନିୟୋଜକଙ୍କ ଦ୍ଵାରା କ୍ଷତିପୂର୍ତ୍ତି
  • ପିଲାମାନଙ୍କୁ ଉଦ୍ଧାର ଓ ପୁନର୍ବାସନ
  • ଉଦ୍ଧାର ପାଇଥିବା ପିଲାମାନଙ୍କ ପାଇଁ ଗୃହ ବା ଅଳ୍ପକାଳୀନ ଆବାସ
  • ବୟସାନୁପାତରେ ଶିଶୁ ଶ୍ରମିକ ମାନଙ୍କୁ ଶିକ୍ଷା ପ୍ରଦାନ

ଅଣ ସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ଅଧିନିୟମ – ୨୦୦୮

୧/୫/୨୦୧୭ ଠାରୁ ଏହି ଅଧିନିୟମ ରାୟଗଡା ଜିଲ୍ଲାରେ ଅନୁପାଳିତ ହେଉଅଛି। ରାସ୍ତାପାର୍ଶ୍ଵ ବିକ୍ରେତା, କ୍ଷୁଦ୍ର ବ୍ୟବସାୟୀ, ଗୃହରେ କାର୍ଯ୍ୟରତ ଶ୍ରମିକ, ରିକ୍ସାବାଲା, ଅଟୋ ଚାଳକ , ମୋଚି, କୃଷିଶ୍ରମିକ, ସଂବାଦପତ୍ର ବିକାଳି ଆଦି ଏହି ଯୋଜନାରେ ଅନ୍ତର୍ଭୁକ୍ତ। ଏଥିରେ ସେମାନଙ୍କର ସ୍ୱାସ୍ଥ୍ୟ, ଉନ୍ନତି ଓ ସାମାଜିକ ସୁରକ୍ଷା ଆଦି ଦିଗପ୍ରତି ଧ୍ୟାନ ଦିଆଯାଇଥାଏ।