• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ

ରାୟଗଡା ପୌରସଂସ୍ଥା

ଏହି ମ୍ୟୁନିସିପାଲିଟି ପ୍ରଥମରେ ସରକାରୀ ବିଜ୍ଞାପିତ ସଂଖ୍ୟା 369/LSG ତା 02-05-55 ଅନୁସାରେ  N A C ହିସାବରେ ସ୍ଥାପିତ ହୋଇଥିଲା । ୱାର୍ଡ଼ ଅନୁଯାୟୀ ରେଭେନ୍ୟୁ ଗ୍ରାମ ର ସମୁଦାୟ 16.41 ବର୍ଗ କି॰ ମି ଏହାର ଆକାର ଥିଲା ।  ଏହା  ବିଜ୍ଞାପିତ ସଂଖ୍ୟା 1038/HUD  ତା 09 -01 -1971 ଅନୁସାରେ ଓଡ଼ିଶା ସରକାର, ଗୃହ ଓ ସହର ଉନ୍ନତି କରଣ ବିଭାଗ ଦ୍ଵାରା ମ୍ୟୁନିସିପାଲିଟି ଭାବରେ ଘୋଷିତ ହୋଇଥିଲା।  ଏବେ ଏହି ମ୍ୟୁନିସିପାଲିଟି 24 ଟି ୱାର୍ଡ଼ ଏ ବଂ 11 ଟି ରେଭେନ୍ୟୁ ଗ୍ରାମ କୁ ନେଇ ଗଠିତ ।

ଅବସ୍ଥିତି :

ରାୟଗଡା ପୂର୍ବ ପ୍ରାନ୍ତରେ 830-25’ ପୂର୍ବ ଦ୍ରାଘିମା ଏ ବଂ 190-10’ ଉତ୍ତର ଅକ୍ଷାଂଶ ରେ  ଅବସ୍ଥିତ ।  ସମୁଦ୍ର ପତ୍ତନ ଠାରୁ 678 ଫୁଟ ଉଚ୍ଚତାରେ ଏହା ଅବସ୍ଥିତ ।  1937 ମସିହାରେ ରାଇପୁର ଓ ବିଜୟନଗରମ ମଧ୍ୟରେ ରେଳବାଇ ର ରେଳ ସଂଯୋଗୀକରଣ ଏବଂ 1940 ମସିହାରେ ଲକ୍ଷ୍ମୀପୁର ମଧ୍ୟ ଦେଇ କୋରାପୁଟ ସହିତ ସିଧା ରାସ୍ତାର ସଂଯୋଗ ହୋଇଥିଲା । ରାଜ୍ୟ ରାଜପଥ – 4 ଉପରେ ଏହା ଅବସ୍ଥିତ, ଯାହା କୋରାପୁଟ କୁ ବିଷମ କଟକ ସହିତ ସଂଯୋଗ କରୁଅଛି । ମୁଖ୍ୟ ଜିଲ୍ଲା ରାସ୍ତା – 48-B ରାୟଗଡା  ଏବଂ ଆନ୍ଧ୍ର ପ୍ରଦେଶ ର ପ୍ରଭାତିପୁରମ ସହିତ 50 କି॰ମି॰ଦୂରରେ ସଂଯୋଗ କରୁଅଛି।  ଏହା ମଧ୍ୟ  ରାଜଧାନୀ ଭୁବନେଶ୍ଵର କୁ କ୍ଷୁଦ୍ର ମାର୍ଗ ଦେଇ 132 K V ଲାଇନ ରାସ୍ତାର 400 K M ଦୂରରେ ବ୍ରହ୍ମପୁର ଠାରେ ସଂଯୋଗ କରୁଛି।

  • ସଂମ୍ପୂର୍ଣ ୱାର୍ଡ଼ ସଂଖ୍ୟା – 24
  • ଜନସଂଖ୍ୟା ସାନ୍ଦ୍ରତା – 4322 / ବର୍ଗ KM
  • ୱାର୍ଡ଼ ମାନଙ୍କର ବର୍ଗୀକରଣ (ନିମ୍ନରେ ଦିଆଯାଇଥିବା ଅନୁଯାୟୀ )
  • ପୁରୁଷ – 11 , ସ୍ତ୍ରୀ – 13, ସାଧାରଣ – 18, ଅନୁସୂଚିତ ଜାତି – 3, ଅନୁସୂଚିତ ଜନଜାତି – 3, ସମଗ୍ର – 24
  • ଲୋକସଂଖ୍ୟା – 2011 ଜନଗଣନା ଅନୁଯାୟୀ – ପୁରୁଷ – 35815 , ସ୍ତ୍ରୀ – 35101 , ସମଗ୍ର – 70921
  • କାର୍ଯକାରିଣୀ : I ) ୱାର୍ଡ଼ ସଂଖ୍ୟା – 24 ii ) ସଂଗ୍ରହ ୱାର୍ଡ଼ ସଂଖ୍ୟା – 16
  • ବସ୍ତି ସଂଖ୍ୟା – 51

ମ୍ୟୁନିସିପାଲିଟି  କାଉନସିଲ ର ପ୍ରସ୍ତୁତିକରଣ:

ବର୍ତ୍ତମାନର କାଉନସିଲ 30.09.2013 ରେ ସ୍ଥାପିତ ହୋଇଥିଲା। ଶ୍ରୀମତୀ ଭି. ଗୌରୀ ଜୟନ୍ତୀ ଏହାର ଚେୟାର ମେନ ଓ ଡ. ନିରଂଜନପ୍ରସାଦ ବକ୍ସିପାତ୍ର ଉପ ଚେଯାର ମେନ ଭାବରେ ନିର୍ବଚିତ ହୋଇଥିଲେ ।

ସ୍ୱାସ୍ଥ୍ୟବିଭାଗ:

ମ୍ୟୁନିସିପାଲିଟି  ଅଞ୍ଚଳକୁ ପରିସ୍କାର, ପରିଛନ୍ନ ଏବଂ ସଫା ରଖିବା ସ୍ୱାସ୍ଥ୍ୟବିଭାଗ ର ମୁଖ୍ୟ ଉଦ୍ଦେଶ୍ୟ।ମ୍ୟୁନିସିପାଲିଟି 24ଟି ୱାର୍ଡ କୁ ନେଇ ଗଠିତ ।ଦୈନିକ ହାରାହାରି 26 ଟନ ହିସାବରେ କଠିନ ବର୍ଜ୍ୟ ବସ୍ତୁ ଜାତ ହୁଏ । ଅଧୁନା JCB-1, ଟ୍ରାକ୍ଟର -4, ଅଟୋ ଟିପର – 2 ଏବଂ ଗୋଟିଏ ଟ୍ରକ ( ଡମ୍ପର କ୍ୟାରିଏର  ଅକାମୀ ), ସେସ୍  ପୁଲ – 3 (ଗୋଟିଏ ଅକାମୀ ), ଆଦି  ବର୍ଜ୍ୟ ବସ୍ତୁ  ପରିବହନ ନିମନ୍ତେମ୍ୟୁନିସିପାଲିଟି ସାନିଟାରୀ କର୍ମଚାରୀ ମାନଂକ ଦ୍ୱାରା ନିୟୋଜିତ ହେଉଛି ।ମ୍ୟୁନିସିପାଲିଟି ଏହାର ନିଜର 8 ଟି ୱାର୍ଡ ଏବଂ ବାକି 16 ଟି ୱାର୍ଡ କୁ ପ୍ରାଇଭେଟ କଂଟ୍ରାକ୍ଟର ମାନଂକ ଦ୍ୱାରା ପରିଚାଳନା କରୁଅଛି, ଯେଉ ଠାରେ କି 4 ଟି ଟ୍ରାକ୍ଟର ନିୟୋଜିତ।

କାର୍ଯ୍ୟକାରିଣୀ:

ନିମ୍ନ ପରିଯୋଜନା ମାନ ଏହି ମ୍ୟୁନିସିପାଲିଟି ରେ କାର୍ଯ୍ୟାନ୍ୱିତ  କରାଯାଉଛି .

  • MPLADS
  • MLA LADS
  • ହସ୍ତାନ୍ତକରଣ ରାଶି
  • NULM
  • TFC
  • M.V.T
  • ମାର୍ଗ ବିକାଶ
  • BRGF
  • BIJU KBK
  • ବିଶେଷ ସମସ୍ୟା ରାଶି
  • ବିଶେଷ ବିକାଶ କାର୍ଯ୍ୟକ୍ରମ
  • 14ତମ F.C.A, 4ର୍ଥ  S.F.C
  • ବଗିଚା ଏବଂ ସବୁଜିମା
  • ସରକାରୀ ଜମିର ରକ୍ଷଣା ବେକ୍ଷଣ ନିମନ୍ତେ ପ୍ରାଚୀର ନିର୍ମାଣ
  • ଅଂଗନବାଡି ନିର୍ମାଣ
  • କଲ୍ୟାଣ ମଂଡପ ନିର୍ମାଣ