• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ

ବ୍ଲକ ସ୍ତରରୁ ଶିକ୍ଷା ବ୍ୟବସ୍ଥାର ସଶକ୍ତୀକରଣ ପାଇଁ ବ୍ଲକ ଶିକ୍ଷା ଅଧିକାରୀ, ବ୍ଲକ ସହ ଶିକ୍ଷା ଅଧିକାରୀ,BRCC,CRCC ଆଦି ଅବସ୍ଥାପିତ ହୋଇଛନ୍ତି। ରାୟଗଡା ଜିଲ୍ଲାରେ ଏଗାର ଜଣ ବ୍ଲକ ଶିକ୍ଷା ଅଧିକାରୀ ଅବସ୍ଥାପିତ। ତୃଣମୂଳ ସ୍ତରରେ ଆବଶ୍ୟକତା ଓ ଅସୁବିଧାକୁ ହୃଦୟଙ୍ଗମ କରି ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବା ଏହି ବ୍ୟବସ୍ଥାର ଲକ୍ଷ୍ୟ।

ପ୍ରତ୍ୟେକ ବ୍ଲକରେ ନିମ୍ନ ଢାଞ୍ଚାରେ ଅଧିକାରୀମାନେ ଅବସ୍ଥାପିତ।

  • ବ୍ଲକ ଶିକ୍ଷା ଅଧିକାରୀ (OES-II) – ୦୧
  • ଅତିରିକ୍ତ ବ୍ଲକଶିକ୍ଷା ଅଧିକାରୀ ( SES) – ୦୨
  • ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଓ BRCC –Sr॰ SES -୧
  • CRCC (Level –IV /Level –V ) – ୧୭
  • ମୁଖ୍ୟ କ୍ଳର୍କ – ୧
  • ବରିଷ୍ଠ କ୍ଳର୍କ – ୧
  • କନିଷ୍ଠ କ୍ଳର୍କ -୧
  • ଚତୁର୍ଥ ଶ୍ରେଣୀ କର୍ମଚାରୀ – ୨

BRCC ଙ୍କୁ ସାହାଯ୍ୟ ପାଇଁ କର୍ମଚାରୀ

  • MIS ଯୋଜନା ସଂଯୋଜକ – ୧
  • ଏକାଉନଣ୍ଟ।ଣ୍ଟ – ୧୨ – ସହଯୋଗୀକାରୀ – ୩
  • ବ୍ଲକ ରିସୋର୍ସ ଶିକ୍ଷକ – ୨ DPC,SSA
  • ଚତୁର୍ଥ ଶ୍ରେଣୀ କର୍ମଚାରୀ – ୧

ପ୍ରୋଜେକ୍ଟ ପଦ (ଅଳ୍ପକାଳିକ)

  • MIS ଯୋଜନା ସଂଯୋଜକ – ୧
  • ଏକାଉନଣ୍ଟ।ଣ୍ଟ – ୧୨ – ସହଯୋଗୀକାରୀ – ୩
  • ବ୍ଲକ ରେସୋରସ ଶିକ୍ଷକ – ୨ DPC,SSA
  • ଚତୁର୍ଥ ଶ୍ରେଣୀ କର୍ମଚାରୀ – ୧

କାର୍ଯ୍ୟକ୍ରମ –

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ଜିଲ୍ଲା ଶିକ୍ଷା ଅଧିକାରୀ ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥାର ସୁପରିଚାଳନା ପାଇଁ ଉତ୍ତରଦାୟୀ। ଭାରତ ସରକାରଙ୍କ ଦ୍ଵାରା ପ୍ରଚଳିତ ବିଭିନ୍ନ କାର୍ଯ୍ୟକ୍ରମ ଯଥା ମଧ୍ୟାହ୍ନ ଭୋଜନ,RMSA,INSPIRE, କନ୍ୟା ପ୍ରୋସାହନ, ଦିବ୍ୟାଙ୍ଗମାନଙ୍କ ପାଇଁ ସମନ୍ଵିତ ଶିକ୍ଷା, ସାକ୍ଷର ଭାରତ, ବିଶ୍ଵ ଖାଦ୍ୟ କାର୍ଯ୍ୟକ୍ରମ,UNICEF,UNESCO, ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଆଦି ରାଜ୍ୟ ସରକାରଙ୍କ ତତ୍ତ୍ଵାବଧାନରେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଅଛି। ବିଦ୍ୟାଳୟରେ ଛାତ୍ର ଉପସ୍ଥାନ ବୃଦ୍ଧି, ବିଜ୍ଞାନ ଓ ପ୍ରଦ୍ୟୋଗିକୀର ପ୍ରୟୋଗ, ଶିକ୍ଷା ସାମଗ୍ରୀ ପ୍ରସ୍ତୁତି ଆଦିକୁ ସଫଳତାର ସହ ଆଗେଇ ନେବା ପାଇଁ ଅଧିକ ସଂଖ୍ୟକ Project Post ସୃଷ୍ଟି କରାଯାଇଅଛି।

RMSA – କାର୍ଯ୍ୟକ୍ରମ (କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମନ୍ଵୟରେ)

  • ଶ୍ରେଣୀ ଓ ବିଷୟ ଅନୁଯାୟୀ ଶିକ୍ଷକ ତାଲିମ କାର୍ଯ୍ୟକ୍ରମ – ୬୯୪ ଶିକ୍ଷକଙ୍କ ପାଇଁ
  • ବିଜ୍ଞାନ ଉପକରଣ ଓ ଲାଇବ୍ରେରୀ ସୁବିଧା – ୩୮ ପୁରୁଣା ସରକାରୀ ଉଚ୍ଚ ବିଦ୍ୟାଳୟକୁ ପ୍ରଦାନ।
  • 149 ବିଦ୍ୟାଳୟକୁ ଯଥା ସଂଖ୍ୟକ ବେଞ୍ଚ ଓ ଡେସ୍କ ପ୍ରଦାନ
  • 177 ବିଦ୍ୟାଳୟକୁ ଉନ୍ନତିକରଣ ଓ ମରାମତି କାର୍ଯ୍ୟ ପାଇଁ ବାର୍ଷିକ ଗ୍ରାଣ୍ଟ ପ୍ରଦାନ।
  • 56ଟି ବିଦ୍ୟାଳୟକୁ ଅଧିକ ଶ୍ରେଣୀଗୃହ, ଲାଇବ୍ରେରୀ ଘର ଓ ବିଜ୍ଞାନାଗାର ସ୍ଥାପନ ପାଇଁ ଅର୍ଥ ପ୍ରଦାନ
  • ଉଚ୍ଚବିଦ୍ୟାଳୟ ନଥିବା 56ଟି ଗ୍ରାମ ପଞ୍ଚାୟତରେ ଉନ୍ନୀତ ଉଚ୍ଚବିଦ୍ୟାଳୟ ସ୍ଥାପନ।
  • ଜିଲ୍ଲାପାଳଙ୍କର ଅଧ୍ୟକ୍ଷତାରେ 20ଟି ବିଦ୍ୟାଳୟକୁ 4ରୁ ୫ ଏକର ସରକାରୀ ଜାଗା ଏବଂ ଦ୍ଵିତୀୟ ପର୍ଯ୍ୟାୟରେ ୪୯ଟି ବିଦ୍ୟାଳୟକୁ ୨ଏକର ଲେଖା ସରକାରୀ ଜାଗା ଯୋଗାଇ ଦିଆଯାଇଅଛି। ପ୍ରଥମ ସୋପାନରୁ ୯ଟି ବିଦ୍ୟାଳୟର ଗୃହ ସମ୍ପୂର୍ଣ ହୋଇ ବ୍ୟବହାର ହେଲାଣି। ସେଗୁଡିକ ହେଲା କେ. ସିଂହପୁର ବ୍ଲକର ସୁଳିପଦର, ସେରିଗୁମ୍ମା, କାଶୀପୁର ବ୍ଲକର ଚନ୍ଦ୍ରଗିରି, ମାଇକଞ୍ଚା, ବିଷମ କଟକର ଭାଟପୁର, ଡୁମୁରୁନେଳି, ନିର୍ଗୁଣ୍ଡି, କୋଳନାରା ବ୍ଲକର ପିଣ୍ଡପଦର, ରାୟଗଡା ବ୍ଲକର ଶିଙ୍ଗିପୁଟ ଉନ୍ନୀତ ଉଚ୍ଚବିଦ୍ୟାଳୟ।