• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ

ଆଞ୍ଚଳିକ ଉଦ୍ୟୋଗ କେନ୍ଦ୍ର ରାୟଗଡା

ରାୟଗଡା ଜିଲ୍ଲାରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଗୁଡିକର ବୃଦ୍ଧି ପାଇଁ ଏବଂ ହସ୍ତଶିଳ୍ପ ଓ କୁଟୀର ଶିଳ୍ପ ଉଦ୍ୟୋଗର ଉନ୍ନତି ପାଇଁ ୧/୪/୧୯୯୦ ତାରିଖରୁ ଜିଲ୍ଲା ଉଦ୍ୟୋଗ କେନ୍ଦ୍ର, ରାୟଗଡ଼ା କାର୍ଯ୍ୟରତ। ୧/୫/୨୦୧୧ ତାରିଖଠାରୁ ଏହାର ଉନ୍ନତିକରଣ କରାଯାଇ ଆଞ୍ଚଳିକ ଉଦ୍ୟୋଗ କେନ୍ଦ୍ର କରାଯାଇଅଛି।

ପରିକଳ୍ପନା

ଜିଲ୍ଲାରେ ଉପଲବ୍ଧ ସାଧନର ସର୍ବୋକୃଷ୍ଟ ବିନିଯୋଗ ପୂର୍ବକ ଏକ ସମନ୍ଵିତ ଧାରାରେ ଦକ୍ଷତା ବୃଦ୍ଧି କରି ଉଦ୍ୟମ ବୃତ୍ତିର ବିକାଶ କରି ଜିଲ୍ଲାବାସୀଙ୍କ ପାଇଁ ଅଧିକରୁ ଅଧିକ ରୋଜଗାର ସୃଷ୍ଟି କରିବା ଏହାର ଲକ୍ଷ୍ୟ।

ଉଦ୍ଦେଶ୍ୟ

  • ଉପଯୁକ୍ତ ପ୍ରକଳ୍ପ ପାଇଁ ପ୍ରତ୍ୟାଶିତ ଉଦ୍ୟୋଗୀ ମାନଙ୍କର ଚୟନ
  • ଜିଲ୍ଲାରେ ଉପଲବ୍ଧ ସାଧନକୁ ଦୃଷ୍ଟିରେ ରଖି ସ୍ଵୟଂସମର୍ଥ ଯୋଜନା ପ୍ରସ୍ତୁତ କରିବା
  • ଉଦ୍ୟୋଗୀମାନଙ୍କୁ ଉଦ୍ୟୋଗ ଆଧାର / ଉତ୍ପାଦ ପ୍ରମାଣପତ୍ର / ଉଦ୍ୟୋଗୀ ପରିଚୟ ସଂଖ୍ୟା ଆଦି ପ୍ରଦାନ
  • ସୁସଂଗତ ଓ ସ୍ଵୟଂସମର୍ଥ ଯୋଜନା ବିବରଣୀ ପ୍ରସ୍ତୁତ
  • ଉଦ୍ୟୋଗୀମାନଙ୍କର ସମସ୍ୟା ସମାଧାନ ପାଇଁ ମାର୍ଗଦର୍ଶୀକା କେନ୍ଦ୍ର ସ୍ଥାପନ
  • ଆର୍ଥିକ ସାହାଯ୍ୟ ପାଇଁ ପ୍ରସ୍ତୁତ ପ୍ରସ୍ତାବ ଗୁଡିକୁ ଅନୁମୋଦନ ଓ ଆର୍ଥିକ ସାହାଯ୍ୟ ପ୍ରଦାନକାରୀ ସଂଗଠନ ଗୁଡିକୁ ପ୍ରେରଣ
  • ଉଦ୍ୟୋଗ ପାଇଁ ଇଡକୋ ଦ୍ଵାରା ଉପଯୁକ୍ତ ସ୍ଥାନର ବଣ୍ଟନ
  • ଗୋଟିଏ କାଉଣ୍ଟର ମାଧ୍ୟମରେ ଉଦ୍ୟୋଗ ପାଇଁ ଆବଶ୍ୟକ କାଗଜ ପତ୍ରର ଅନୁମତି ପ୍ରଦାନ
  • ଉଦ୍ୟୋଗିକ ପ୍ରଦର୍ଶନୀ, ମେଳା ଓ ପ୍ରଚାର କାର୍ଯ୍ୟକ୍ରମରେ ଅଂଶଗ୍ରହଣ
  • ଉଦ୍ୟୋଗଗୁଡିକ ସମ୍ମୁଖୀନ ହେଉଥିବା ଅସୁବିଧାର ସମାଧାନ
  • ଦୁର୍ବଳ ଉଦ୍ୟୋଗଗୁଡିକର ପୁନରୁଦ୍ଧାର
  • ରାଜ୍ୟସରକାରଙ୍କର ଉଦ୍ୟୋଗନୀତି ୨୦୧୫ ଅନୁଯାୟୀ ବିଭିନ୍ନ ପ୍ରୋସାହନ ରାଶି ପ୍ରଦାନ
  • ଆବଶ୍ୟକୀୟ ବିକ୍ରୟ ମାଧ୍ୟମର ସୁବିଧା ପ୍ରଦାନ
  • ଦକ୍ଷତା ବୃଦ୍ଧି ପାଇଁ କାରିଗର ମାନଙ୍କ ପାଇଁ ତାଲିମ କାର୍ଯ୍ୟକ୍ରମ ଆଦି।

ଦାୟିତ୍ଵ ଓ ଭୂମିକା

  • ଆତ୍ମନିଯୁକ୍ତି କାର୍ଯ୍ୟକ୍ରମ ଯଥା PMEGP ର ପ୍ରଚଳନ
  • ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଗୁଡିକର ବୃଦ୍ଧିପାଇଁ ଯୋଜନା ପ୍ରଣୟନ
  • ଜିଲ୍ଲାରେ ହସ୍ତଶିଳ୍ପର ବୃଦ୍ଧିପାଇଁ ପ୍ରଚେଷ୍ଟା
  • ଅଧିକ ଉଦ୍ୟୋଗୀ ସୃଷ୍ଟିକରି ଜିଲ୍ଲାର ଉଦ୍ୟୋଗୀକରଣ କରିବା
  • ଉଦ୍ୟୋଗ ସୃଷ୍ଟି ମାଧ୍ୟମରେ ଜିଲ୍ଲାବାସୀଙ୍କୁ ରୋଜଗାର ପ୍ରଦାନ କରି ଆର୍ଥିକ ସ୍ଵଚ୍ଛଳତାର ବୃଦ୍ଧି