• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ

ଜିଲ୍ଲାଯୋଜନା କମିଟି, ରାୟଗଡ

ପ୍ରତିଜିଲ୍ଲାର ଯୋଜନା କମିଟି ଗଠନ କରାଯାଇଛି। ପଞ୍ଚାୟତ ଓ ମ୍ୟୁନିସିପାଲିଟି ଦ୍ଵାରା ପ୍ରସ୍ତୁତ ଯୋଜନା ଖସଡାକୁ ସଂକଳିତ କରି ସମଗ୍ର ଜିଲ୍ଲା ପାଇଁ ଉନ୍ନୟନ ଯୋଜନା ପ୍ରସ୍ତୁତ କରିବା ଏହି କମିଟିର ଉଦ୍ଦେଶ୍ୟ।

ଜିଲ୍ଲା ଯୋଜନା କମିଟି ରାୟଗଡା ଏକ ପ୍ରମୁଖ ଅନୁଷ୍ଠାନ ଯାହା ଜିଲ୍ଲାର ସମସ୍ତ ଉନ୍ନତି ମୂଳକ ଯୋଜନାକୁ ଅନୁମୋଦିତ କରିଥାଏ। ବିଜୁ କେବିକେ ଯୋଜନା, ବିଆରଜିଏଫ ଯୋଜନା ଓ ପୂର୍ବରୁ ହୋଇଥିବା ସମସ୍ତ ଯୋଜନାଗୁଡ଼ିକର ବ୍ୟୟକୁ ସମୀକ୍ଷା କରିବା ଏହି ଅନୁଷ୍ଠାନର ମୁଖ୍ୟ କାର୍ଯ୍ୟ ଅଟେ।

୧୯୯୮ ମସିହାରେ ନିର୍ମିତ ହୋଇଥିବା ଓ.ଦି.ପି.ସି ନିୟମ ଅନୁଯାୟୀ ଜିଲ୍ଲା ଯୋଜନା କମିଟିରେ ସଭ୍ୟମାନଙ୍କୁ ଚୟନ କରାଯାଏ। ଏମାନଙ୍କ ମଧ୍ୟରୁ ୮୦ ପ୍ରତିଶତ ସଭ୍ୟ ଜିଲ୍ଲା ପରିଷଦ ଏବଂ ମ୍ୟୁନିସିପାଲିଟି ବା ଏନ॰ଏ॰ସି ରୁ ନିର୍ବାଚିତ ହୋଇଥାନ୍ତି। ରାଜ୍ୟ ମନ୍ତ୍ରୀ ପରିଷଦ ମଧ୍ୟରୁ ଜଣଙ୍କୁ ଅଧକ୍ଷ ପଦରେ ରାଜ୍ୟ ସରକାର ମନୋନୀତ କରିଥାନ୍ତି। ଜିଲ୍ଲା କଲେକ୍ଟର ଏହାର ସଦସ୍ୟ ସଚିବ ଅଟନ୍ତି।

କୃଷି, ଅର୍ଥନୀତି, ଜଳସେଚନ, ଶିକ୍ଷା, ସାମାଜିକ ଓ ଗ୍ରାମୀଣ ଯୋଜନା ଉପରେ ପୁଙ୍ଖାନୁପୁଙ୍ଖ ଜ୍ଞାନ ଥିବା ଦୁଇଜଣ ସଭ୍ୟଙ୍କୁ ସରକାର ମନୋନୀତ କରିଥାନ୍ତି। ଏହି ଜିଲ୍ଲାର ବିଧାୟକ ଓ ଲୋକସଭା ସଭ୍ୟ ଏହି କମିଟିର ସ୍ଥାୟୀ ଆମନ୍ତ୍ରିତ ସଦସ୍ୟ ଭାବରେ ରହିଥାନ୍ତି।

ବିଜୁ କେ.ବି.କେ ଯୋଜନା

କୋରାପୁଟ, ବଲାଙ୍ଗିର, କଳାହାଣ୍ଡି (KBK) ଅଞ୍ଚଳର ସମନ୍ଵିତ ବିକାଶ ପାଇଁ ସରକାର ନିରନ୍ତର ଭାବରେ ଚେଷ୍ଟା କରୁଛନ୍ତି। ଅନେକଗୁଡିଏ ଯୋଜନା ସରକାର ହାତକୁ ନେଇଛନ୍ତି। ସରକାର ସଂଶୋଧିତ ଦୀର୍ଘ ମିଆଦି କାର୍ଯ୍ୟାନୁଷ୍ଠାନ ଯୋଜନା (ଆରଏଲଟିଏପି) ଓ ସାର୍ବଜନୀନ ବିନିବେଶ ପାଇଁ KBK ଅଞ୍ଚଳରେ ବିଜୁ KBK ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାଟି ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ଵର୍ଗତ ବିଜୁ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ରୂପେ ସମର୍ପିତ କରାଯାଇଛି। ବିଜୁବାବୁ KBK ଅଞ୍ଚଳର ବିକାଶ ପାଇଁ ଦୀର୍ଘମିଆଦି ଉନ୍ନୟନ ମୂଳକ ପଦକ୍ଷେପ ନେବା ପାଇଁ ଆହ୍ଵାନ ଦେଇଥିଲେ।

ବିଜୁ KBK ଯୋଜନା ଅନ୍ତର୍ଗତ ଜିଲ୍ଲା କାର୍ଯ୍ୟାନୁଷ୍ଠାନ ଯୋଜନା ମାଧ୍ୟମରେ ସରକାର ତିନୋଟି ବିଭାଗକୁ ପ୍ରାଧାନ୍ୟ ଦେଇଛନ୍ତି। ସେମଧ୍ୟରୁ ପ୍ରଥମଟି ବିଜୁଳି (ସମସ୍ତ ଗ୍ରାମକୁ ବିଜୁଳି ସଂଯୋଗ କରିବା) ଦ୍ଵିତୀୟଟି ସଡକ (ସବୁ ଗ୍ରାମରେ ଭଲ ରାସ୍ତା ରହିବା, ପ୍ରତେକ ଗାଁକୁ ସଡକ ପଥ ଦ୍ଵାରା ଯାତାୟାତର ବ୍ୟବସ୍ଥା କରିବା) ଓ ତୃତୀୟରେ ପାଣି (ଜଳସେଚନ ଦ୍ଵାରା ପିଇବା ପାଣିର ଆବଶ୍ୟକତା ମେଣ୍ଟାଇବା) ଏହାଛଡା ସ୍ଥାନୀୟ ଲୋକଙ୍କ ଦାବି ମୁତାବକ ଅନ୍ୟ ପରିଯୋଜନାକୁ ମଧ୍ୟ ସରକାର ବିଜୁ KBK ଯୋଜନା ମାଧ୍ୟମରେ ଅଗ୍ରାଧିକାର ଦେବାକୁ ସ୍ଥିର କରିଛନ୍ତି।

ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ଗୁଡିକ ହେଲା-

ଅର୍ଥନୈତିକ, ସାମାଜିକ ଓ ମାନବ ସମ୍ବଳ ବିକାଶ ପାଇଁ ସୁଯୋଗ ସୃଷ୍ଟି କରିବା।

ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମକୁ ଗତିଶୀଳ କରିବା।
ଲୋକଙ୍କ ଜୀବନ ଶୈଳୀରେ ଉନ୍ନତି ଆଣିବା।
ଗ୍ରାମୀଣ ଲୋକଙ୍କୁ ସଶକ୍ତିକରଣ କରିବା ଓ ସଂଗଠିତ କରିବା।
ବି.ଆର.ଜି.ଏଫ ଦ୍ଵାରା ଅନ୍ତର୍ଭୁକ୍ତ ହୋଇନଥିବା ଅନ୍ୟ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମକୁ ମଧ୍ୟ ତଦାରଖ କରିବା।